ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାତିରୁ ଆଶ୍ବସ୍ତି ମିଳିଛି । ଆଜି ଉତ୍ତର ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରର ପାଗରେ ପରିବର୍ତ୍ତନ ହୋଇଥିଲା । ଘଡଘଡି, ବିଜୁଳି ସହ ବର୍ଷା ହୋଇଥିଲା ।
ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଥିଲା । ୨୯ ଏପ୍ରିଲରୁ ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, କୋରାପୁଟ ଏବଂ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଏହି ଜିଲ୍ଲାଗୁଡ଼ିକର ଲୋକମାନେ ଯେପରି କାଳବୈଶାଖୀର ପ୍ରଭାବରେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି । ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । କାଳବୈଶାଖୀ ବର୍ଷା ପାଇଁ ତାତିରୁ ନିସ୍ତାର ପାଇଛନ୍ତି ରାଜ୍ୟବାସୀ। ରାଜ୍ୟରେ ତାତି ଅସହ୍ୟ ହୋଇପଡ଼ିଥିଲା। ଦିନକୁ ଦିନ ତାପମାତ୍ରା ବଢିଚାଲିଥିଲା କିନ୍ତୁ କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ ହେଉଛି ।
Social Footer