ମେଷ ରାଶି :
ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ସ୍ୱଳ୍ପ ସମୟରେ ଲାଭ ପାଇବାର ଲୋଭ ଛାଡ଼ିବା ଏବଂ ପୁଞ୍ଜି ନିବେଶରେ ଧ୍ୟାନ ରଖିବାକୁ ଉପଦେଶ । ଆଜି ଆପଣଙ୍କ ମନର ଏକାଗ୍ରତା କମ ରହିବ । ଶାରୀରିକ ସ୍ଵାସ୍ଥ୍ୟ ଖରାପ ହେବ । ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି ।
ବୃଷ ରାଶି :
ଆଜିର ଦିନ ଆପଣଙ୍କ ଉପରେ ନକାରାତ୍ମକ ବ୍ୟବହାର ହାବୀ ରହିବ । କ୍ରୋଧ ଅଧିକ ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ । ଅନୈତିକ କାମବୃତ୍ତି ଏବଂ ଚୋରୀ ପରି ବିଚାର ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଅନିଷ୍ଟ ହୋଇପାରେ । ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି ।
ମିଥୁନ ରାଶି :
ପରିବାର ଲୋକମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ଉଠାଇବେ । ମିତ୍ରମାନଙ୍କ ସହିତ ବାହରକୁ ବୁଲିବାକୁ ଯିବାର ଆୟୋଜନ ହେବ । ଅନ୍ୟ ପଟେ ଆଜି ଆପଣଙ୍କ ଚିନ୍ତନ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ଭଲ ରହିବ । ବୋଧହୁଏ ଆଜି ଆପଣଙ୍କୁ ନିଜ ଆଖପାଖ ଲୋକଙ୍କ ପାଇଁ ନିରାଶ ହେବାକୁ ପଡ଼େ । ହୁଏତ ଏହାର କାରଣ ଆପଣଙ୍କୁ ତାଙ୍କଠାରୁ ଅଧିକ ଆଶା ରଖିବାକୁ ପଡ଼ିବ । ଏହାହିଁ ସତ୍ୟ ଯେ ଆମକୁ କାହାଠାରୁ ଅଧିକ ଆଶା ନ ରଖିବା ଉଚ଼ିତ୍ ।
କର୍କଟ ରାଶି :
ଆଜି ଆପଣଙ୍କୁ ଟିକେ ପ୍ରତିକୂଳତାର ସାମନା କରିବାକୁ ପଡ଼ିବ । ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଯାହା କାରଣରୁ କୌଣସି ମଧ୍ୟ କାର୍ଯ୍ୟ କରିବାର ଉତ୍ସାହ କମ ରହିବ । ଚାକିରିରେ ସାଥୀ କର୍ମଚାରିମାନଙ୍କର ଏବଂ ଉଚ୍ଚ ପଦାଧିକାରିମାନଙ୍କ ବ୍ୟବହାର ସହଯୋଗପୂର୍ଣ୍ଣ ନ ହେବାରୁ ମାନସିକ ହତାଶା ସୃଷ୍ଟି ହେବ । ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।
ସିଂହ ରାଶି :
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ଶାରୀରିକ, ମାନସିକ ଏବଂ ଆର୍ଥିକ ପ୍ରତ୍ୟେକ ଦୃଷ୍ଟିରେ ଆଜିର ଦିନ ଆପଣଙ୍କପାଇଁ ଭଲ ପ୍ରମାଣିତ ହେବ । ଆଜି ଆପଣ ନିଜର କଳ୍ପନା ଶକ୍ତି ଏବଂ ସୃଜନଶକ୍ତିକୁ ଭଲ ଭାବରେ କାମରେ ଲଗାଇ ପାରିବେ । ବୌଦ୍ଧିକ ପ୍ରବୃତ୍ତି କିମ୍ବା ଚର୍ଚ୍ଚାରେ ଭାଗ ନେବା ଆପଣଙ୍କୁ ପସନ୍ଦ ଆସିବ । ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ତାଙ୍କର ପ୍ରଗତି ହେବ । ମହିଳା ମିତ୍ରମାନଙ୍କ ସହଯୋଗ ମିଳିବ ।
କନ୍ୟା ରାଶି :
ଯେଉଁ ଛାତ୍ରମାନେ ନିଜର ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି , ଆଜି ଏକ ଶୁଭଦିନ ହିସାବରେ ଯୋଜନା ଆରମ୍ଭ କରନ୍ତୁ । କଣ ଶିକ୍ଷା କରିବେ ଏକ ଚିଠା ତିଆରି କରନ୍ତୁ ଏବଂ ତାହାର ଭଲମନ୍ଦ ବିଚାର କରନ୍ତୁ । ଆଜିର ଦିନ ଆପଣ ମନୋରଞ୍ଜନ ତଥା ବୁଲିବାକୁ ଯିବାରେ ସମୟ କଟାଇବେ । ତଥାପି ମଧ୍ୟ ସାଂସାରିକ ମାମଲା ବିଷୟରେ ଆପଣଙ୍କ ବ୍ୟବହାର ଉଦାସ ପୂର୍ଣ୍ଣ ରହିବ । ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି ।
ତୁଳା ରାଶି :
ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ । ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ । ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ । ଚାକିରିରେ ପଦୋନ୍ନତିର ସମାଚାର ମିଳିବ । ଉଚ୍ଚ ପଦାଧିକାରିମାନଙ୍କର ସହଯୋଗ ପ୍ରାପ୍ତ ହେବ । ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ ହାତକୁ ନେବେ । ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ।
ବିଚ୍ଛା ରାଶି :
ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଚ଼ାହୁଁଛନ୍ତି, କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇଛି ଆପଣଙ୍କୁ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ । ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେନାହିଁ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରୁ ମନ ଦୁଃଖୀ ହେବ । ସ୍ଥାୟୀ ସଂପତ୍ତି ତଥା ବାହନ ଆଦିର କାଗଜପତ୍ର କରିବାରେ ସାବଧାନ ରହିବାର ଆବଶ୍ୟକତା ଅଛି ।
ଧନୁ ରାଶି :
ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ । ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ । ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ । ବୃଦ୍ଧମାନଙ୍କ ତରଫରୁ ଲାଭ ହେବ ଏବଂ ତାଙ୍କର ସହଯୋଗ ମିଳିବ ।
ମକର ରାଶି :
ଅସନ୍ତୋଷ ଓ ଅଶାନ୍ତିରେ ଦିନଟି କଟିବ । ବିଧିବଦ୍ଧକ ଚିନ୍ତା ମାଧ୍ୟମରେ କାରଣ ଖୋଜନ୍ତୁ । ଏହାର ସମାଧାନ ଅବଶ୍ୟ ବାହାରିବ । ଏଦୁଃସମୟ କିଛି କ୍ଷଣ ରହିଲା ପରେ ଅପସରି ଯିବ । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ନ କହିବାର ଗୁଣ – ଏହି ଉକ୍ତିର ଯଥାର୍ଥତାକୁ ବୁଝି ଆପଣ ଯଦି ବାଣୀ ଉପରେ ନିୟନ୍ତ୍ରଣ ରଖିବେ ତେବେ ବହୁତ ଅନର୍ଥ ହେବାରୁ ବଞ୍ଚିତ ହେବେ ।
କୁମ୍ଭ ରାଶି :
ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି । ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । ଆଜି ଆପଣଙ୍କ ଉପରେ ଗୂଢ଼ ରହସ୍ୟ ବାଦ ଏବଂ ଆଧ୍ୟାତ୍ମିକତାର ରଙ୍ଗ ଚଢ଼ିବ । ଏଥିପାଇଁ ଏହି ବିଷୟରେ ଗଭୀର ଭାବେ ନିୟୋଜିତ ହେବାକୁ ପ୍ରୟାସ କରିବେ । ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ । ସ୍ଵାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ମନ ପ୍ରସନ୍ନ ରହିବ ।
ମୀନ ରାଶି :
ଆଜି ଆପଣ ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚ଼େଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବାରୁ ଆପଣଙ୍କ ମନ ମଧ୍ୟ ପ୍ରସନ୍ନ ରହିବ । ସ୍ଵାସ୍ଥ୍ୟ ଭଲ ରହିବ । ରୋଗୀ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ସୁଧାର ହେବାରୁ ଆଶ୍ୱସ୍ତି ମିଳିବ । କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ ।
Social Footer