ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି । ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ମଜୁରୀ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଅନୁମୋଦନ କରିଛନ୍ତି ।
ସୂଚନା ମୁତାବକ, ଶ୍ରମିକଙ୍କ ଦୈନିକ ମଜୁରୀ ସର୍ବନିମ୍ନ ୧୦ ଟଙ୍କା ବୃଦ୍ଧି କରିଛନ୍ତି ମୋହନ ସରକାର । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୫୨ରୁ ୪୬୨ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୦୨ରୁ ୫୧୨ ଟଙ୍କାକୁ ବୃଦ୍ଧି ପାଇଛି । କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୫୨ରୁ ୫୬୨ ଟଙ୍କାକୁ ବୃଦ୍ଧି ପାଇଥିବାବେଲେ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୦୨ରୁ ୬୧୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି ।
Social Footer