Breaking News

ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ କିଷାନ ଟଙ୍କା

 

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀମାନଙ୍କୁ ବଡ଼ ଭେଟି ଦେଇଛନ୍ତି। ଚାଷୀଙ୍କ ଆକାଉଣ୍ଟ୍‌କୁ ଆସିଲା ସିଏମ୍‌ କିଷାନ ଟଙ୍କା ଆସିଛି। ରାଜ୍ୟ ସରକାର ୫୦ ଲକ୍ଷ ଚାଷୀଙ୍କ ଖାତାକୁ ୧ ହଜାର କୋଟିରୁ ଅଧିକ ଟଙ୍କା ପଠାଇଛନ୍ତି, ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। 

ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଭାଇମାନେ ବିଲରେ ଅଖିମୁଠି ଅନୁକୂଳ କରି ଖରିଫ ଫସଲ କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି। ସେଥି ପାଇଁ ଆଜିର ଦିନଟି ଚାଷୀଙ୍କ ପାଇଁ ଏକ ପ୍ରମୁଖ ଦିନ। ନୂଆଖାଇ ଓ ଅକ୍ଷୟ ତୃତୀୟା ଅବସରରେ ସରକାର ଚାଷୀଙ୍କୁ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ।

ଆଜି ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ଫାର୍ମରେ ଏକ ରାଜ୍ୟସ୍ତରୀୟ କୃଷକ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଖିମୁଠି ଅନୁକୂଳ କରିବା ସହିତ ହଳ କରି ଧାନ ବୁଣିଥିଲେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀମାନଙ୍କ ଆକାଉଣ୍ଟ୍‌କୁ ସିଏମ୍‌ କିଷାନ ଟଙ୍କା ପଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଧାୟକମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ଚାଷୀମାନଙ୍କୁ ଟଙ୍କା ଦେବେ। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ଯୋଜନା ମାଧ୍ୟମରେ ଚାଷୀମାନେ ବାର୍ଷିକ ୧୦ ହଜାର ଟଙ୍କା ପାଇବେ। ରାଜ୍ୟ ଓ ଦେଶରେ କୃଷି ଓ କୃଷକକୁ ପ୍ରାଧାନ୍ୟ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି  ସିଏମ କିଷାନ ଯୋଜନାରେ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀମାନେ ମଧ୍ୟ ଅନ୍ତର୍ଭୁକ୍ତ।

Type and hit Enter to search

Close