ପୁଣି ଭିଜିଲାନ୍ସ ଜାଲରେ ଧରା ପଡିଲେ ଦୁଇ ଜଣ ସରକାରୀ ବାବୁ । ଲାଞ୍ଚୁଆଙ୍କୁ ସାବାଡ଼ କରିବା ବଦଳରେ ଲାଞ୍ଚ ନେଇ ଧରା ପଡିଲେ ପୋଲିସ ବାବୁ । ଉକ୍ତ ପୋଲିସ ବାବୁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାରକାନ୍ତ ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟ ।
ସୂଚନା ଅନୁସାରେ, ପୋଲିସ ବାବୁ ଜଣେ ଲୋକଙ୍କଠାରୁ କେସ ଡାଏରିରୁ ନାଁ ହଟାଇବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହା ପରେ ଅଭିଯୋଗକାରୀ ଖୋର୍ଦ୍ଧା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଖୋର୍ଦ୍ଧା ଭିଜିଲାନ୍ସ ଟିମ ଯୋଜନା ଅନୁସାରେ ଶୁକ୍ରବାର ରାତିରେ ଚାଲିଥିବା ଡିଲ ସମୟରେ ଲାଞ୍ଚ ନେଉଥିବାବେଳେ ପୋଲିସ ବାବୁଙ୍କୁ ମାଡ଼ିବସିଥିଲା । ଏନେଇ ଭିଜିଲାନ୍ସ ଟିମ ଏଏସଆଇ ତୁଷାରକାନ୍ତ ନାୟକଙ୍କ ଘରେ ଖୋଳତାଡ଼ ଜାରି କରିଛି ।
Social Footer