Breaking News

ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

 

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ- ପ୍ରଶାସନ ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁରୁବାର ସକାଳେ ଉତ୍ତରକାଶୀର ଗଙ୍ଗାନାନୀରେ ପ୍ରାୟ ୨୦୦ ମିଟର ଗଭୀର ଖାଇକୁ ହେଲିକପ୍ଟର ଖସି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘରୋଇ ହେଲିକପ୍ଟରରେ ପାଞ୍ଚ ମହିଳାଙ୍କ ସହ ୨ ପୁରୁଷ ଥିଲେ । 

ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇଛି । ମୋଟ ୭ ଜଣ ଯାତ୍ରୀଙ୍କୁ ନେଇ ହେଲିକପ୍ଟରଟି ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଯାତ୍ରୀ ଆନ୍ଧ୍ରପ୍ରଦେଶ ଓ ୪ ଜଣ ମହାରାଷ୍ଟ୍ରର ବାସିନ୍ଦା ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସଭିଏଁ ଗଙ୍ଗୋତ୍ରୀ ଧାମ ଦର୍ଶନ ପାଇଁ ଯାଉଥିଲେ

Type and hit Enter to search

Close