ଭୟଙ୍କର ଦୁର୍ଘଟଣା । ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍ , ୨ ମୃତ । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୮ ନମ୍ବର ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ଆଗ୍ରିଆ ବଡପୋଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହରିୟାଣାର କର୍ଣ୍ଣାଲ ଜିଲ୍ଲାରୁ ଚାରିଜଣ ଏବଂ ଉତ୍ତରପ୍ରଦେଶ ମିରଟରୁ ଜଣେ ଯୁବକ ବାଲେଶ୍ୱରରେ ରହି ଶ୍ରମିକ କାମ କରୁଥିଲେ ।
ଆଜି ସକାଳେ ବାରିପଦାରୁ ବାଲେଶ୍ବର ଟ୍ରାକ୍ଟର ଯୋଗେ ଫେରୁଥିବାବେଳେ ଜାତୀୟ ରାଜପଥ ଆଗ୍ରିଆ ବଡପୋଲ ଠାରେ ଏକ ଦ୍ରୁତଗାମୀ ଟ୍ରକ ପଛପଟୁ ଆସି ଟ୍ରାକ୍ଟର ଉପରେ ମାଡି ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟରଟି ତିନିଖଣ୍ଡ ହୋଇଯାଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
Social Footer