Breaking News

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ଆସନ୍ତାକାଲି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ପୁଣି ଫେରିବ ତାତି ।  ଦୁଇ ଦିନ ପରେ ବଢିବ ପାରଦ ।  ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।  ଏପଟେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ ।  କମିଛି ତାତି ।  ଗରମ,ଗୁଳୁଗୁଳିରୁ ମିଳିଛି ଆଶ୍ବସ୍ତି ।  ଆସନ୍ତା ତିନିଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଆଜି ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୭ ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ସେହିପରି ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Type and hit Enter to search

Close