ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଟ୍ୱିନ ସିଟିରେ କାଳବୈଶାଖୀ ତାଣ୍ଡବ। ବିଜୁଳି ଘଡଘଡି, ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି। ୬୦ରୁ ୯୦ କିମି ବେଗରେ ଝଡପବନ। ମୟୂରଭଞ୍ଜ ଉଦଳାରେ ସାଙ୍ଘାତିକ କ୍ଷୟକ୍ଷତି ହୋଇଛି। ଆଜି ୫ ଜିଲ୍ଲାକୁ କାଳବୈଶାଖୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।
ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଓ କୁଆପଥର ପଡ଼ିବା ଆଶଙ୍କା ରହିଛି। ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ।
ସେହିପରି ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୫ ତାରିଖ ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ରାତିଠାରୁ ରାଜଧାନୀରେ କାଳବୈଶାଖୀ ତାଣ୍ଡବ ରଚିଛି। ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି। ବିଜୁଳି, ଘଡ଼ଘଡ଼ି ସହ ଅଧଘଣ୍ଟା ଧରି ଲାଗି ରହିଥିଲା ବର୍ଷା।
Social Footer