ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବଳୟା ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଏକ ତୀର୍ଥଯାତ୍ରୀ ବସ୍ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଫଳରେ ୧୦ ଜଣଙ୍କୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଏକ ତୀର୍ଥଯାତ୍ରୀ ବସ ତୀର୍ଥ ସାରି ଉତ୍ତରପ୍ରଦେଶରୁ ଆନ୍ଧ୍ରପ୍ରଦଶ ଯାଉଥିଲା । ଏହି ସମୟରେ ଖଲ୍ଲିକୋଟ ରମ୍ଭା ଥାନା ଘଐ-୧୬ ସୁବଳୟା ଠାରେ ଏକ ଟ୍ରକଟି ଛିଡା ହୋଇଥିବାବେଳେ ବସ୍ ଆସି ପଛପଟୁ ଧକ୍କା ଦେଇଥିଲା । ଯେଉଁଥିରେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ଖବର ପାଇ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Social Footer