ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ। ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବ। ଏହା ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
ସେହିପରି ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ୨୩ ତାରିଖ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ରେ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବ। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ରେ ବାତ୍ୟା ଓ ୨୭ରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୯ରେ ଗୁଜୁରାଟ ଉପକୂଳ ଛୁଇଁବ।
ଅନ୍ୟପଟେ କେନ୍ଦ୍ରୀୟ ପୂର୍ବ-ବଙ୍ଗୋପସାଗରରେ ଥାଇଲାଣ୍ଡ ଉପକୂଳ ନିକଟରେ ୨୭ତାରିଖରେ ଏକ ଘୂର୍ଣ୍ଣିବଳୟ ଓ ୨୮ରେ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ୨୯ରେ ଏହା ଅବପାତରେ ପରିଣତ ହେବ। ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଏହା ୨୯ କିମ୍ବା ୩୦ ବେଳକୁ ବାଂଲାଦେଶ/ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ। ତେବେ ଆଗକୁ ଏହା ଉପରେ ତୀକ୍ଷ୍ଣ ନଜର ରହିବ ବୋଲି ପ୍ରଫେସର୍ ପଶୁପାଳକ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗୁଳୁଗୁଳି ଓ ଗରମ ସହ କାଳବୈଶାଖୀ ବର୍ଷା ଜାରି ରହିଛି।
Social Footer