କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ତେବେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଯାହା ଅନୁମାନ କରାଯାଉଛି ବାଟରେ ଯାଉଥିବାବେଳେ ଅଧିକ ଗରମ ହେବାରୁ ଗାଡିରେ ଏସି ଲଗାଇ ଶୋଇପଡିଥିଲେ ।
ଏସି ଟି ସଟସର୍କିଟ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହ ସାରା ଜଳାପୋଡା ହୋଇଥିବା ନଜର ଆସିଛି । ସେପଟେ ତାଙ୍କ ସ୍ତ୍ରୀ ପୋଲିସକୁ କହିବା ଅନୁସାରେ, ଗୁରୁବାର ଦିନ ୧୨ଟା ରୁ ଘରୁ ବାହାରିକି ଆସିଥିଲେ ଚନ୍ଦ୍ରଶେଖର । ରାତିରେ ଫୋନ୍ ଉଠାଇ ନଥିଲେ । ପରେ ଖୋଜା ଖୋଜି କରିବାରୁ ଗାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
Social Footer