ମନରେଗାରେ ଫାର୍ମ ପୋଖରୀ ଖୋଳାରେ ଦୁର୍ନୀତି । ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡପ ଅଭିଯୋଗରେ ୪ ଅଧିକାରୀ ଗିରଫ । ରାୟଗଡ଼ା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଫିସରେ କାର୍ଯ୍ୟରତ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଥ ନାଏକ, ମୃତ୍ତିକା ସଂରକ୍ଷଣ ଓଭରସିଅର ଯୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ ଓ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ ଅଧିକାରୀ ଶ୍ରୀକୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନସ ।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁରେ ୨୩ଟି ଫାର୍ମ ପୋଖରୀ ନଖୋଳି ଅଭିଯୁକ୍ତମାନେ ୨୦ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଜବକାର୍ଡଧାରୀ ଶ୍ରମିକଙ୍କ ଆକାଉଣ୍ଟରେ ସଂପୃକ୍ତ ଅଧିକାରୀମାନେ ଟଙ୍କା ଉଠାଇନେଇଥିଲେ । ଏହି ଦୁର୍ନୀତି ମାମଲାରେ ଅଧିକ ଖୋଳତାଡ଼ ଜାରି ରହିଛି । ଦୁର୍ଗମ ଅଞ୍ଚଳରେ ଅଧିକ ପୋଖରୀ ଖୋଳାରେ ଦୁର୍ନୀତି ନେଇ ତନାଘନା କରାଯାଉଛି ।
Social Footer