ଫେରିଲା କରୋନା । ରାଜଧାନୀରେ ଜଣେ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସାରା ଦେଶରେ କରୋନା ମହାମାରୀ ପୁଣି କାୟା ବିସ୍ତାର କରୁଛି । ଯାହାଫଳରେ ସବୁଠି କରୋନାର ଭୟ ଖେଳିଯାଇଛି । କରୋନା ସମୟରେ ସାରା ବିଶ୍ଵରେ ହୋଇଥିବା ଉତ୍କଟ ପରିସ୍ଥିତିକୁ ବିଶ୍ଵବାସୀ ଭୁଲିନଥିବାବେଳେ ପୁଣି ମୁଣ୍ଡ ଟେକିଲାଣି କରୋନା ମହାମାରୀ ।
ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଭୟର କାରଣ ସାଜିଛି । ଆକ୍ରାନ୍ତ ଜଣକ ନିକଟରୁ ଜାତୀୟ ରାଜଧାନୀ ଦିଲ୍ଲୀରୁ ଫେରିଥିଲେ । ଆକ୍ରାନ୍ତ ଜଣକ ଏକ କ୍ୱାରେନଣ୍ଟାଇନ୍ ରେ ରହୁଥିବା ସୂଚନା ମିଳିଛି । ଆକ୍ରାନ୍ତ ଜଣକ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିବା ମଧ୍ୟ ସୂଚନା ମିଳିଛି ।
Social Footer