ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍। ଫଳରେ କାର ଭିତରେ ଥିବା ନାବାଳକ ଚାଳକଙ୍କ ସମେତ ୩ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ତୁରନ୍ତ ୩ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ବେଳେ ଦୁର୍ଘଟଣାଗ୍ରସ୍ତ କାର୍ ଭିତରୁ ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇଛି।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁରରୁ ସମ୍ବଲପୁର ଅଭିମୁଖେ ଏକ କାର୍ ଯାଉଥିଲା। ସେହି ସମୟରେ ହଠାତ ମାଟିଖାଇ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ମାଡ ହୋଇ ଓଲଟି ପଡିଥିଲା। ଯାହାଫଳରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ପୋଲିସର ତଦନ୍ତ ବେଳେ ଗାଡି ଭିତରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। ଗାଡି ଭିତରେ ବନ୍ଧୁକ ଓ ଗୁଳି କଣ ପାଇଁ ଥିଲା ସେନେଇ ତନାଘନା କରୁଛି ପୋଲିସ। ଏହାସହିତ ଗାଡି ଚାଳକ ସୁସ୍ଥ ହେଲେ ଏ ବାବଦରେ ପଚରାଉଚରା ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
Social Footer