ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛରେ ପିଟି ହେଲା କାର ଫଳରେ ଅକାରଣେ ଚାଲିଗଲା ତିନି ଜୀବନ । ଏହି ଦୁଃଖଦ ଖବରଟି କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡା ନିକଟରେ ଘଟିଛି । ସୂଚନା ଅନୁସାରେ, କାରଟି ତାର ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଫଳରେ ୩ ଜଣଙ୍କ ଜୀବନ ଯାଇଛି । କାର୍ରେ ନୟାଗଡ଼ରୁ ମାଲକାନଗିରି ଯାଉଥିଲେ ୬ ଜଣ ।
ଏହି ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଗୁରୁତର ହୋଇଛନ୍ତି ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ମୃତଦେହ ଉଦ୍ଧାର କରିଛି । ତେବେ ଏହି ଦୁର୍ଘଟଣାଟି ଭାରସାମ୍ୟ ହରାଇଥିବା କାରଣରୁ ହୋଇଛି ନା ଦୁର୍ଘଟଣା ପଛରେ କିଛି କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
Social Footer