Breaking News

ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ, ୫୪ ବର୍ଷରେ ଦେହାନ୍ତ

 

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଆଜି ବଲିଉଡ ଜଗତ ଜଣେ ଅନନ୍ୟ କଳାକାରଙ୍କୁ ହରାଇଛି । ଅଭିନେତା ମୁକୁଲ ଦେବ ଆଉ ଆମ ସାଙ୍ଗରେ ନାହାନ୍ତି । ଫିଲ୍ମ ‘ସନ୍ ଅଫ୍ ସରଦାର’ ଫେମ୍ ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ରାତିରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରି ସମସ୍ତଙ୍କୁ ବିଦାୟ ଦେଇଛନ୍ତି । ମୁକୁଲ ଦେବଙ୍କ ମୃତ୍ୟୁ ଖବର ବିଷୟରେ ସୂଚନା ଦେଇଛନ୍ତି ଅଭିନେତା ବିନ୍ଦୁ ଦାରା ସିଂହ । ଅଭିନେତାଙ୍କ ମୃତ୍ୟୁରେ ପୁରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଭିନେତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଶୁକ୍ରବାର ରାତିରେ ମୁକୁଲଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । 

କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଛି । ମୁକୁଲ ଦେବ ‘ସନ୍ ଅଫ୍ ସର୍ଦ୍ଦାର’, ‘ଆର୍…ରାଜକୁମାର’, ‘ଜୟ ହୋ’ ଭଳି ଫିଲ୍ମରେ ଅଭିନୟ କରି ଫ୍ୟାନ୍ସଙ୍କୁ ନିଜ କଳାର ଯାଦୁ ଦେଖାଇଥିଲେ । ଏବେ ଅଭିନେତାଙ୍କ ଦେହାନ୍ତ ହୋଇଛି । ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା । ସେ ଶେଷ ଥର ପାଇଁ ତାଙ୍କ ଭାଇ ରାହୁଲ ଦେବଙ୍କ ସହ ‘ଆଣ୍ଟ ଦି ଏଣ୍ଡ’ ଫିଲ୍ମରେ ନଜର ଆସିଥିଲେ । ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରୁଛନ୍ତି।

Type and hit Enter to search

Close