Breaking News

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 

ଆଜିଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହି ଯୋଜନାରେ ୫୦ ହଜାର ଲୋକ ଯୋଡିହେବେ। ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ। ଗରିବ, ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ବ୍ୟକ୍ତିଙ୍କ ସହ ସହିଦ ପରିବାର, ପଦ୍ମଶ୍ରୀ ପରିବାର, ଅଗ୍ନି ବିପନ୍ନ ଆଦି ଲୋକ ସାମିଲ ହେବେ। ତେବେ ଯେଉଁମାନେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବାକୁ ଚାଁହୁଥିବେ ସେମାନେ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ। 

ତେବେ ଅନଲାଇନ ପାଇଁ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବଦନ କରିହେବ। ତେବେ ଚଳିତ ବର୍ଷ ବଜେଟରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭ ହଜାର ୭୫୦ କୋଟି ବ୍ୟୟ ବରାଦ କରାଯାଇଛି। ଆସନ୍ତା ୩ ବର୍ଷରେଅତି କମରେ ୨ଲକ୍ଷ ୨୫ ହଜାର ନୂତନ ଘର ମଞ୍ଜୁର କରାଯିବ। ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ଲକ୍ଷ୍ୟ ରହିଛି।

whatsapp channel

Type and hit Enter to search

Close