Breaking News

ମାଟି କାନ୍ଥ ତଳେ ଚାପି ହୋଇ ଚାଲିଗଲା ନାବାଳିକାର ଜୀବନ, ଭାଇ ଗୁରୁତର

 

ମାଟି କାନ୍ଥ ତଳେ ଚାପି ହୋଇ ଭଉଣୀ ମୃତ ଭାଇ ଗୁରୁତର। ତେବେ ଭାଇକୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆନନ୍ଦପୁର ଉପଖଣ୍ଡ ବଡରମ୍ପାସ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍କୁଲ ଯିବା ପାଇଁ ବାହାରୁଥିବା ବେଳେ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ, ବଡରମ୍ପାସ ଗ୍ରାମର ନିରାକାର ସାହୁଙ୍କ ଝିଅ ନିକଟସ୍ଥ ସ୍କୁଲରେ ୨ୟ ଶ୍ରେଣୀରେ ପାଠ ପଢୁଥିଲା। ଆଜି ବାର୍ଷିକ ପରୀକ୍ଷା ଦେବାକୁ ଯିବା ପାଇଁ ବାହାରୁ ଥିବା ବେଳେ ହଠାତ ତାଙ୍କ ଘରର ମାଟିକାନ୍ଥ ଭୁଶୁଡି ପଡ଼ିଥିଲା। ଚାଳଘର ଛପର ହେଉଥିବାରୁ ଭାଇ ଭଉଣୀ କାନ୍ଥ ତଳେ ଚାପି ହୋଇଯାଇଥିଲେ। ପରିବାର ଲୋକ ଏହା ଦେଖି ତୁରନ୍ତ ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଚିକିତ୍ସା କରିବା ପରେ ଉକ୍ତ ନାବାଳିକାକୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ପରେ ଚାରିଆଡେ ଶୋକର ଛାୟା ଖେଲାଯାଇଛି।

Type and hit Enter to search

Close