Breaking News

ଡମ୍ପର ଧକ୍କା ହୋଇ ରୋଲର ମେସିନ ତଳେ ଚାପି ହୋଇ ଚାଲିଗଲା ୩ ଜୀବନ

 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିଚୁ ଗାଡିକୁ ଚାପିଦେଲେ ହାଇୱା। ଫଳରେ ଦୁର୍ଘଟଣାରେ ଚାଲିଗଲା ୩ ନିରୀହ ଜୀବନ। ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।  ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ରାସ୍ତା କାମରେ ନିୟୋଜିତ ଠିକା ସଂସ୍ଥାର ପିଚୁ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅକାଳରେ ୩ ଜୀବନ ଚାଲିଯାଇଛି । ଏଥିସହିତ ଜଣେ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । 

ମୃତକଙ୍କ ମଧ୍ୟରୁ ଜଣେ କ୍ଷୀରୋଦ ସାହୁ ବୋଲି ପରିଚୟ ମିଳିଛି କିନ୍ତୁ ଅନ୍ୟ ଦୁଇ ମୃତକଙ୍କର କୌଣସି ପରିଚୟ ମିଳିନାହିଁ । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଠିକା ସଂସ୍ଥାର ଅବହେଳାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।  ଯାହାକୁ ନେଇ ସ୍ଥାନୀୟ ଲୋକେ ରେକୁଳା ଗାଁ ନିକଟରେ ରାସ୍ତା ଅବରୋଧ କରିଛନ୍ତି ।  ଫଳରେ କାମାକ୍ଷାନଗର -ଢେଙ୍କାନାଳ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖି ଘଟଣାର ତଦନ୍ତ କରୁଛି ।

Type and hit Enter to search

Close