Breaking News

ଆଉ ୨ ଦିନ ଜାରି ରହିବ କାଳବୈଶାଖୀର ତାଣ୍ଡବ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ସାରା ରାଜ୍ୟରେ କାଳବୈଶାଖୀ ତାଣ୍ଡବ । ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେଉଛି । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ମୂଷଳଧାରାରେ ବର୍ଷା ହୋଇଛି । ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ହୋଇପାରେ । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।  

ଆହୁରି ଦୁଇଦିନ ଯାଏ କାଳବୈଶାଖୀ ପ୍ରଭାବ ରହିବ । ୨୫ ତାରିଖରେ ପାଗରେ ପରିବର୍ତ୍ତନ ଆସିବ ।  ପରେ ଧୀରେ ଧୀରେ ବଢିବ ତାପମାତ୍ରା । ୨୫ ତାରିଖ ପରେ ୨ରୁ ୫ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ରେକର୍ଡ ହୋଇଛି । ଗତକାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ରେକର୍ଡ ହୋଇଛି ।  ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଯୋଡାରେ ୮୪.୫ ମିମି ଓ ସୁନ୍ଦରଗଡ଼ରେ ୭୦.୪ ମିମି ବର୍ଷା ରେକର୍ଡ ହୋଇଛି । 

ମୟୂରଭଞ୍ଜରେ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ୧୯ଟି ପଂଚାୟତର ୪୭ ଗାଁ ପ୍ରଭାବିତ ହୋଇଛି । ୩୬୦ରୁ ଅଧିକ ଘର ଭାଙ୍ଗିଛି। ଏକର ଏକର ଜମିର ଚାଷ ଉଜୁଡି ଯାଇଛି। ବିପର୍ଯ୍ୟୟ ଏତେ ଭୟଙ୍କର ଯେ ଲୋକେ କହୁଛନ୍ତି ଗତ କୋଡ଼ିଏ ତିରିଶି ବର୍ଷ ଭିତରେ କେବେ ଏଭଳି କୁଆପଥର ବର୍ଷା ଦେଖିନଥିଲେ । ଅନେକଙ୍କ ଚାଳ ଛପର ସହ ଟାଇଲ ଆଜବେଷ୍ଟସ ଘର ଛାତ ଉଡିଯାଇଛି ତ ଅନେକ କାର, ବସ୍ କାଚ ଭାଙ୍ଗି ଚୁରମାର୍‌ ହୋଇଛି ।

Type and hit Enter to search

Close