Breaking News

ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୭ଟି ସ୍ଥାନରେ ରେଡ୍

 

ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱରେଜ୍ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ପଶିଛି । ସେ ହେଲେ ଦେବାଶିଷ ସାହୁ । ତାଙ୍କର ୭ଟି ଠିକଣାରେ ଚଢ଼ଉ ହେଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଉଛି ।  ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କର ଖୋର୍ଦ୍ଧା ଜିଲ୍ଲା ଜଟଣା ମେନରୋଡ୍ ରେ ଥିବା ବାସଭବନ, ସର୍ଦ୍ଦାର ପଟେଲ ମାର୍ଗରେ ଥିବା ଦୁଇ ମହଲା କୋଠା, ନିର୍ମାଣଧୀନ ତିନି ମହଲା କୋଠା, ବନଦୂର୍ଗ ମାର୍କେଟ କମ୍ଲେକ୍ସରେ ଥିବା ଦୁଇଟି ଦୋକାନ, ଭୁବନେଶ୍ୱର ଆଇଗିଣିଆସ୍ଥିତ ସୁକାନ୍ତି ଏନକ୍ଲେଭରେ ଥିବା ଭଡ଼ା ଘର ଓ କାର‌୍ୟ୍ୟାଳୟ ଏବଂ କଟକ ଚୌଦ୍ୱାର ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ଏକାକାଳୀନ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ଉରେ ତାଙ୍କ ବାସଭବନରୁ ପୁଳା ପୁଳା ସୁନା ଗହଣା ଜବତ କରାଯାଇଛି । ତେବେ କେତେ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଅଛି ସେ ନେଇ ଭିଜିଲାନ୍ସ ସୂଚନା ଦେଇ ନାହିଁ ।  ଏହି ଚଢ଼ଉରେ ୭ ଜଣ ଡିଏସପି, ୯ ଜଣ ଇନସ୍ପେକ୍ଟର, ୧୦ ଜଣ ଏଏସ୍ଆଇ ଓ ଅନ୍ୟ ସହ କର୍ମଚାରୀ ସାମିଲ ହୋଇଛନ୍ତି ।

whatsapp channel

Type and hit Enter to search

Close