Breaking News

ଜଗନ୍ନାଥ ମନ୍ଦିରରୁ ଚୋରି, ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟିନେଲେ ଦୁର୍ବୃତ୍ତ

 

ବିଳମ୍ବିତ ରାତିରେ ବିନା ଭୟରେ ମନ୍ଦିରରୁ କଲେ ଚୋରି । ଚୋରି ନିଶାରେ ଜଗତର ନାଥ ଜଗନ୍ନାଥଙ୍କୁ ବି ଛାଡିଲେନି ଦୁର୍ବୃତ୍ତ। ଏପରି ଏକ ଘଟଣା ବୁଧବାର ବିଲମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଚମ୍ପୁ ଗାଁରେ ଘଟିଛି । ଦୁର୍ବୃତ୍ତମାନେ ଜଗନ୍ନାଥ ମନ୍ଦିରରୁ ତିନି  ତିନି ବିଗ୍ରହଙ୍କ ସୁନା ମୁକୁଟ ଓ ରାଧାକୃଷ୍ଣଙ୍କ ବଂଶୀ ଲୁଟି ନେବା ସହିତ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ଆଜି ସକାଳୁ ମନ୍ଦିର ତାଲା ଭଙ୍ଗା ହୋଇଥିବା ସହ ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଥିବା ଗାଁଲୋକେ ଦେଖିଥିଲେ । ଏହା ପରେ ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ,  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି।

Type and hit Enter to search

Close