Breaking News

ଆଓଲା କାର୍ଯ୍ୟକର୍ତ୍ତାଙ୍କୁ ଗଞ୍ଜାମ ଓକିଲ ମାନଙ୍କ ସମ୍ବର୍ଦ୍ଧନା ଜ୍ଞାପନ

 

ବ୍ରହ୍ମପୁର, ୩/୧(ଅଭିଜିତ କର): ନିକଟରେ ଭଞ୍ଜନଗର ଠାରେ  ଅନୁଷ୍ଠିତ ୫୩ତମ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚିତ ହୋଇଥିବା ଗଞ୍ଜାମ ଓକିଲ ସଂଘର ତିନି ଜଣ ବରିଷ୍ଠ ଆଇନଜୀବୀ ଯଥା ଶ୍ରୀ ରଘୁନାଥ ପ୍ରସାଦ ପାଣିଗ୍ରାହୀ, ଶ୍ରୀ ନୟନ ଚନ୍ଦ୍ର ମହାପାତ୍ର ଓ ଶ୍ରୀ କୁଞ୍ଜ ବିହାରୀ ପଣ୍ଡାଙ୍କୁ ଆଜି ଗଞ୍ଜାମ ଓକିଲ ସଂଘ ପକ୍ଷରୁ ବହୁ ସଦସ୍ୟ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ନୟନ ଚନ୍ଦ୍ର ମହାପାତ୍ର ଓ ଶ୍ରୀ ରଘୁନାଥ ପାଣିଗ୍ରାହୀ ଉପ-ସଭାପତି ଭାବରେ ଓ କୁଞ୍ଜ ବିହାରୀ ପଣ୍ଡା ସହ- ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବାରୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘକୁ ଗଞ୍ଜାମ ଓକିଲ ସଙ୍ଘ ସଦସ୍ୟ ମାନେ ଧନ୍ୟବାଦ ଜଣାଇଛନ୍ତି । 

ଏହି ପରିପ୍ରେକ୍ଷୀରେ ନିର୍ବାଚିତ ସଦସ୍ୟ ମାନେ ସମର୍ଦ୍ଧନା ସଭାରେ ମତ ପ୍ରକାଶ କରିଥିଲେ ଯେ, ଆଇନଜୀବୀ ମାନଙ୍କ ସ୍ୱାର୍ଥ ଓ ବୃତ୍ତିଗତ ନୈତିକତା ରକ୍ଷା ଦିଗରେ କାମ କରିବେ । ଏହାସହ ସଙ୍ଘର ରାଜ୍ୟ ସଭାପତି ଶ୍ରୀ ଶିଶିର ପାଢ଼ୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସ୍ୱାସ୍ଥ୍ୟର  ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା । ଆଜିର ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ଆଇନଜୀବୀ ପୀତବାସ ପଣ୍ଡା, ଅଶୋକ ଶୁକ୍ଲ, ବିରଞ୍ଚି ନାରାୟଣ ମହାପାତ୍ର, ହିରକ୍ ରଥ, ଅରୁଣ ବିଶ୍ଵାଳ, ମଦନ ପାତ୍ର, ସଞ୍ଜୟ ମିଶ୍ର, ବରୁଣ ଗୌଡ଼, କମଳ ପଣ୍ଡା, ରାମକୃଷ୍ଣ ମହାରଣା, ରାମଚନ୍ଦ୍ର ପଣ୍ଡା, ସନ୍ତୋଷ ସାହୁ, ସୁଧାଂଶୁ ସେଠୀ, ସଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Type and hit Enter to search

Close