Breaking News

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

 

ଭଞ୍ଜନଗର, ୧୦/୧ (ଅଭିଜିତ କର): ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଉପ ଜିଲ୍ଲାପାଳ ଶ୍ରୀ ଅନିଲ ସେଠୀ ସମସ୍ତ ସଭ୍ୟ ସଭ୍ୟାଙ୍କର ସହଯୋଗ କାମନା କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଜାନୁଆରୀ ୨୬ ତାରିଖ ଦିନ ପ୍ରତ୍ୟୁଷ ଘ ୫:୦୦ ମିରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକ ବାଜି ଯନ୍ତ୍ର ଦ୍ବାରା ସହରରେ ରାମଧୁନ୍ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭ଘଣ୍ଟା ୧୫ମିରେ ପତାକା ଉତ୍ତୋଳନ କରିବେ । 

ସକାଳ ଘ ୮:୩୦ମିରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ) ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ଚଳିତ ବର୍ଷ ପ୍ୟାରେଡରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। 

ପ୍ୟାରେଡ୍ ଅଭ୍ୟାସ ଆସନ୍ତା ୨୩ ଓ ୨୪ ତାରିଖରେ ସ୍ଥାନୀୟ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି । ଏଥିସହ ଓଡ଼ିଆ ପ୍ରବନ୍ଧ ଲିଖନ,ବଚିତ୍ରାଙ୍କନ ଓ ବ୍ରକ୍ତୃତା ପ୍ରତିଯୋଗିତା ଉପଖଣ୍ଡ ସ୍ତରୀୟ ଅନୁଷ୍ଠିତ ହେବ। ଚଳିତ ବର୍ଷ ଉପଖଣ୍ଡର ପ୍ରତି ବ୍ଲକରୁ ଗୋଟିଏ ଲେଖାଏଁ ପ୍ୟାରେଡ୍ ଟୃଫ୍ ଅଂଶ ଗ୍ରହଣ କରିବେ ବୋଲି ସ୍ଥିର କରାଯାଇଛି। 

ଏହି ପ୍ରସ୍ତୁତି ବୈଠକରେ ଭଂଜନଗର ତହସିଲଦାର ଉମା ଶଙ୍କର ବେହେରା, ସହ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ, ଏନ୍.ସି.ସି ଅଫିସର କେ.ଏ ସ.ୟୁ ବି କଲେଜ, ମଧୁସୂଦନ ଟ୍ରଷ୍ଟର ଶ୍ରୀ ସୁନୀଲ କୁମାର ପଟନାୟକ, ବଣିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ଓ ଖୁଚୁରା ବ୍ୟବସାୟୀ ସଂଘର ସଭାପତି ଗୌରୀ ଶଙ୍କର ପାତ୍ର ଓ ସମ୍ପାଦକ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମାଜସେବୀ ମୁରଲୀଧର ପଣ୍ଡା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସାମ୍ବାଦିକ,ବଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ସୂଚନା ଲୋକ  ସମ୍ପର୍କ ବିଭାଗର ପ୍ରଦୀପ କୁମାର ପାତ୍ର ଓ ତାରିଣି ସାହୁ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶତପଥୀ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

Type and hit Enter to search

Close