Breaking News

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଟଳିଲେ ୩ ମାଓବାଦୀ, ବିପୁଳ ପରିମାଣର ବିସ୍ଫୋରକ ଜବତ

 

ସେନାକୁ ମିଳିଲା ବଡ଼ ସଫଳତା। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ସକାଳୁ ସୈନିକ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏଥିରେ ସେନା ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ନକ୍ସଲମାନଙ୍କ ନିକଟରୁ ଅଟୋମେଟିକ୍ ହତିଆର ମଧ୍ୟ ଜବତ ହୋଇଛି। 

ଭୋପାଳପାଟନମ୍‌ର ମ୍ୟାଡେଡ୍ ଅଞ୍ଚଳରେ କୋରାନଜେଡ୍ ବାନ୍ଦେପାରା ଜଙ୍ଗଲରେ ଆଜି ସକାଳୁ ନକ୍ସଲ ଓ ସୁରକ୍ଷାବାହୀନି ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅଧିକାରୀଙ୍କ ମୁତାବକ, ଏହି ଗୁଳି ବିନିମୟ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିଲେ।

Type and hit Enter to search

Close