ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶାର ୭ଟି ସ୍ଥାନରେ ଭିଜିଲାନ୍ସ ଗୁରୁବାର ଏହି ଚଢ଼ାଉ କରିଥି ଲା । ସ୍ୱତନ୍ତ୍ର ଜଜ୍ଙ୍କ ଅନୁମତିରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସ ଅଧିକୀରଙ୍କ ସମେତ ଜଣେ ଅତିରିକ୍ତ ଏସ୍ପି, ୧୦ ଜଣ ଇନସପେକ୍ଟର ଓ ଅନ୍ୟ ଅଧିକାରୀ ମଧ୍ୟ ସାମିଲ ଥିଲେ । ସୁନ୍ଦରଗଡ଼ରର ବଣାଇ, ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଆଦି ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।
ଶ୍ରୀ ସାହୁଙ୍କର ଭୁବନେଶ୍ୱରର ଓଲ୍ଡ ଟାଉନର ଶ୍ରୀରାମ ନଗରରେ ଥିବା ଦୁଇ ମହଲା କୋଠା, ଲକ୍ଷ୍ମୀନଗରର ଭଗବାନଟାୱାର ଓ ଖାରବେଳନଗରେ ଏକ ଫ୍ଲାଟ୍, ବାଲେଶ୍ୱର ଏସ୍ଏନ୍ ରୋଡ୍ରେ ଥିବା ସୁକୁମାର ନାୟକ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍, ଯାଜପୁର ଟାଉନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଓ ସୁନ୍ଦରଗଡ଼ ବଣାଇସ୍ଥିତ ତାଙ୍କ ସରକାରୀ ଅଫିସ୍ ଓ ସରକାରୀ ଘରେ ଭିିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି ।
Social Footer