Breaking News

ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, କିଏ ଓ କାହିଁକି ଉଡାଇଲା କାରଣ ଅସ୍ପଷ୍ଟ

 

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି ଭୋର୍ ୪ଟା ୧୦ ମିନିଟରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଡ୍ରୋନଟି ଶ୍ରୀ ମନ୍ଦିର ଚାରି ପାଖରେ ପ୍ରାୟ ଅଧଘଣ୍ଟା ଧରି ବୁଲିଥିଲା ।  ତେବେ ନୋ ଫ୍ଲାଇଙ୍ଗ୍ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡାଇଲା, ତାହାର କାରଣ ଅସ୍ପଷ୍ଟ ରହିଛି । ଡ୍ରୋନ୍ ଟି ପ୍ରଥମେ ଦୋଳମଣ୍ଡପ ସାହିରୁ ଆସି ମେଘନାଦ ପାଚେରୀ  ଉପରେ ବୁଲିଲା।  ଏବଂ ପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଏବଂ ନୀଳଚକ୍ର ଉପରେ ବୁଲିଥିଲା। ପ୍ରଶାସନ ନିକଟରେ ଏହାକୁ ନେଇ କୌଣସି ତଥ୍ୟ ନାହିଁ ତାହାକୁ ତଦନ୍ତ କରାଯିବ ବୋଲି ସିଂହଦ୍ଵାର ଥାନା ଅଧିକାରୀ କହିଛନ୍ତି ।

whatsapp channel

Type and hit Enter to search

Close