Breaking News

ଓଁ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 • ଶିଶୁ ମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଅଭିଭାବକ ଓ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ମୁଖ୍ୟ ଭୂମିକା ରହିଛି - ସାଂସଦ 

ବ୍ରହ୍ମପୁର, (ଅଭିଜିତ କର): ସ୍ଥାନୀୟ ଲାଞ୍ଜିପଲ୍ଲି ସ୍ଥିତ ଯାତ୍ରା ପଡିଆ ଠାରେ ରବିବାର ସନ୍ଧ୍ୟାରେ ଓଁ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ, ମୁଖ୍ୟବକ୍ତା ରୂପେ ପ୍ରାକ୍ତନ ଏସପି ଭିଜିଲାନ୍ସ, କୀଟ ବିଶ୍ଵବିଦ୍ୟାଳୟର ବିଶିଷ୍ଠ ପ୍ରବନ୍ଧିକ ଶ୍ରୀ ଦେବଦତ୍ତ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ଅନ୍ୟତମ ସମ୍ମାନିତ ଅତିଥି ରୂପେ ପ୍ରମେୟ ଡିଯିଏମ ଅମ୍ବିକା ପ୍ରସାଦ ଦାଶ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ କେ. କୃଷ୍ଣମୂର୍ତ୍ତି ପ୍ରମୁଖ ଯୋଗଦାନ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ଆଚାର୍ଯ୍ୟା ଗାୟତ୍ରୀ ପଣ୍ଡାଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ, ପ୍ରଦୀପ ପ୍ରଜ୍ଜଳନ, ସରସ୍ଵତୀ ବନ୍ଦନା କରାଯାଇ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିବା ବେଳେ, ବିଦ୍ୟାଳୟର ସମ୍ପାଦକ ବିରଞ୍ଚି ନାରାୟଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। 

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟ - ଆଚାର୍ଯ୍ୟା, ଅଭିଭାବକ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ଆଲୋକମୟ କରିବା ପାଇଁ ଆହ୍ବାନ ଦେବାସହ ଶ୍ରେଷ୍ଠ ଓ ସଫଳତା ହାସଲ କରିବା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉପଦେଶ ଦେଇଥିଲେ। ସେହିପରି ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଭାବରେ ଜୀବନର ଆଗାମୀ ଦିନରେ କିଭଳି ନିଜକୁ ଓ ନିଜ ମାତୃଭୂମିକୁ କିଭଳି ସୁ ପରିଚିତ କରି ପାରିବେ ସେନେଇ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ସଭା କାର୍ଯ୍ୟ ଶେଷରେ ଆଚାର୍ଯ୍ୟ ଆନନ୍ଦ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏହାକୁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

whatsapp channel

Type and hit Enter to search

Close