Breaking News

ଭୁବନେଶ୍ବର IIT ଛାତ୍ରୀଙ୍କ ମୃତଦେହ ଉଦ୍ଧାର, କାହିଁକି ଜୀବନ ହାରିଲେ କାରଣ ଅସ୍ପଷ୍ଟ

 

ଭୁବନେଶ୍ୱର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କ୍ୟାମ୍ପସରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ କ୍ରିତିକା ରାଜ୍ । ସେ ଆଇଆଇଟିର ତୃତୀୟ ବର୍ଷର ଛାତ୍ରୀ । ତାଙ୍କ ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି । ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅରୁଗୁଳ ଆଇଆଇଟି କ୍ୟାମ୍ପସ୍ ଭିତରେ ଶବ୍ଦ ହୋଇଥିଲା । ସିକ୍ୟୁରିଟି ଗାର୍ଡ ଓ ଅନ୍ୟ କର୍ମଚାରୀମାନେ ଯାଇଁ ଦେଖିଲା ବେଳକୁ  ଛାତ୍ରୀ ଜଣଙ୍କ ତଳେ ପଡ଼ିଥିଲେ । 

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର କ୍ରିତିକାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀ ପଞ୍ଚମ ମହଲାରୁ ଡେଇଁ ପଡିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।  ଏ ନେଇ ଜଟଣୀ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବାବେଳେ ସେମାନେ ଦିଲ୍ଲୀରୁ ଆସୁଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ କ୍ରିତିକା କିଛି ଦିନ ତଳେ ଘରକୁ ଯାଇଥିଲେ ଏବଂ ସେ ଦଶ ଦିନ ତଳେ ଘରୁ ଫେରିଥିଲେ । ଏହା ପରେ ସେ ଚୁପଚାପ ରହୁଥିଲେ ବୋଲି ଜଣାପଡ଼ିଛି । ତେବେ ପୋଲିସ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Type and hit Enter to search

Close