ମହାପ୍ରଭୁଙ୍କ ଆସିଲା ଅମ୍ବାନୀ ପରିବାରର ବିବାହର ନିମନ୍ତ୍ରଣ କାର୍ଡ

 

ଅନନ୍ତ ଅମ୍ବାନୀଙ୍କ ବାହାଘର ନିମନ୍ତେ ମହାପ୍ରଭୁଙ୍କ ନିକଟକୁ ଆସିଛି ନିମନ୍ତ୍ରଣ କାର୍ଡ । ବିବାହରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରି ମହାପ୍ରଭୁଙ୍କ ଉପସ୍ଥାପନା କାମନା କରିଛନ୍ତି ଶିଳ୍ପପତି ଅନନ୍ତ ଅମ୍ବାନୀ । ଭବ୍ୟ ପରିବେଶରେ ଏହି ନିମନ୍ତ୍ରଣ ପତ୍ରଟି ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ସେବାୟତଙ୍କୁ ଆସିଛି ନିଆରା ନିମନ୍ତ୍ରଣ ପତ୍ର। ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିରର ଜଣେ ସେବାୟତ ତଥା ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କରଙ୍କ ନିକଟକୁ ଏହି ନିମନ୍ତ୍ରଣ ପତ୍ର ଆସିଛି।  ନିମନ୍ତ୍ରଣ ପତ୍ରଟି ଖୋଲିଲେ ବିଷ୍ଣୁଙ୍କ ସହସ୍ର ନାମ ଗୁଞ୍ଜରିତ ହେଉଛି। ନିମନ୍ତ୍ରଣ ପତ୍ରଟିକୁ ଅତି ଆଦର ପୂର୍ବକ ସେବାୟତମାନେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିଛନ୍ତି । ଏହି ନିମନ୍ତ୍ରଣ ପତ୍ରଟିରେ ରୁପାର ଆସ୍ତରଣ ଦିଆଯାଇଛି ।