ଆସିଲା ବଡ ଖବର, ଜୁଲାଇ ୧୪ରେ ଖୋଲିବ ରତ୍ନଭଣ୍ଡାର

 

ସବୁ ଅପେକ୍ଷାର ଅନ୍ତଃ ଘଟିବ । ଓଡ଼ିଶାବାସୀଙ୍କ ଦାବି ପୂରଣ ହେବ । ଖୋଲିବ ରତ୍ନଭଣ୍ଡାର । ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିପାଇଁ ବୈଠକରେ ପ୍ରସ୍ତାବ ଦେଇଛି ରତ୍ନଭଣ୍ଡାର ତଦାରଖ କମିଟି । ତେବେ ରତ୍ନଭଣ୍ଡାର କୋଲିବା ପୂର୍ବରୁ ସରକାରଙ୍କ ଅନୁମତି ଲୋଡ଼ିଛି କମିଟି । ଆସନ୍ତା ୧୪ ତାରିଖରେ ମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ଦିଆ ଯାଇଥିବା ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଅନୁମତି ମିଳିଲେ ୧୪ ତାରିଖରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ଉପସ୍ଥାପନ କରାଯାଇ ରତ୍ନଭଣ୍ଡାର ଖୋଲାଯିବ ବୋଲି ସେ କହିଛନ୍ତି ।