ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 

ଚଳିତଥର ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ସମୀକ୍ଷା ବୈଠକରେ ଘୋଷଣା କରିଛନ୍ତି । ୭ ତାରିଖ ରବିବାର ଏବଂ ଏହା ପରଦିନ ଅର୍ଥାତ ସୋମବାର ଛୁଟି ରହିବ । ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ଚଳିତବର୍ଷ ବିରଳ ଓ ଅଦ୍ଭୁତ ରଥଯାତ୍ରା ହେବାକୁ ଯାଉଛି । ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି ଓ ରଥଯାତ୍ରା ଗୋଟିଏ ଦିନ ନୁହେଁ ଦୁଇ ଦିନ ଅଛି। ତେଣୁ ଚଳିତ ଥର ୨ ଦିନ ଛୁଟି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ମଧ୍ୟରେ ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ। 

ତେବେ ଚଳିତ ଥର ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଓ ୬ ତାରିଖରେ ପୁରୀରେ ପହଞ୍ଚିବେ ମହାମହିମ ଜ୍ଝ ଆମ ସମସ୍ତଙ୍କ ସହ ସେ ମଧ୍ୟ ରଥଯାତ୍ରାରେ ସାମିଲ୍ ହୋଇ ମହାପ୍ରଭୁଙ୍କ ରଥ ଟାଣିବେ । ଯାହା ଆମ ସମସ୍ତଙ୍କ ପାଇଁ ଭାଗ୍ୟର କଥା ।