ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ, ୫୧ହଜାର ଟଙ୍କା ଜବତ

 

ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ। ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ଆରଆଇ ଅଫିସରେ କାର୍ଯ୍ୟରତ ଏଆରଆଇ ପବିତ୍ର କୁମାର କାଣ୍ଡିଙ୍କୁ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗିରଫ ବେଳେ ତାଙ୍କ ଠାରୁ ନଗଦ ୫୧ହଜାର ଟଙ୍କା ଜବତ କରାଜାଇଛି। ଚାଷ ଜମିର କିସମ ପରିବର୍ତନ କରାଇଦେବା ପାଇଁ ଚନ୍ଦନପୁର ଅଞ୍ଚଳର ବଦ୍ରି ନାରାୟଣ ହାତିଙ୍କ ଠାରୁ ଏଆରଆଇ ପବିତ୍ର କୁମାର କାଣ୍ଡି ୫୧ହଜାର ଟଙ୍କା ପିସି ନେଇଥିଲେ। 

ତେବେ ଏ ବାବଦରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ରାଜ୍ୟ ଭିଜିଲାନ୍ସ ୩ଟି ସ୍ଥାନରେ ଚଢାଉ କରି ଉକ୍ତ ଏଆରଆଇଙ୍କୁ ନିଜ ହେପାଜତକୁ ନେବା ସହିତ ତାଙ୍କ ଠାରୁ  ୫୧ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଏଥି ସହିତ ଉକ୍ତ ଏଆରଆଇଙ୍କ ବିରୋଧରେ ଏକ କେସ ରେଜିଷ୍ଟ୍ରର କରି ଏଆରଆଇଙ୍କୁ ଗିରଫ କରିଛି।