ବ୍ରାଉନ ସୁଗାର ଜବତ, ୩ ଗିରଫ

 

ଦିନକୁ ଦିନ ରାଜ୍ୟରେ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି । ବିନା ଭୟରେ ନିଶା କାରବାର ଚାଲିଛି । ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳରେ ପ୍ରାୟ ୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ ହେବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ବ୍ରାଉନ ସୁଗାର ଚାଲାଣ ହେଉଥିବାର ଖବର କୌଣସି ସୂତ୍ରରୁ ଜଟଣୀ ଥାନା ପାଇ ପୋଲିସ ଏକ ସ୍ପେଶାଲ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ-ଷ୍ଟେସନ ନିକଟରେ ହଠାତ ଚଢଉ କରିଥିଲା । ଏହି ସମୟରେ ବ୍ରାଉନ ସୁଗାର ଜବତ ସହ  ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ମୋବାଇଲ, ମୋଟରସାଇକେଲ ଓ ନଗଦ ଟଙ୍କା ଜବତ କରାଯାଇଛି । ପୋଲିସ ଏହି ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ  କୋର୍ଟ ଚାଲାଣ କରିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ।