କାନ୍ଥ ଭାଙ୍ଗି ହୋଟେଲରେ ପଶିଗଲା କାର

ହୋଟେଲ କାନ୍ଥ ଭାଙ୍ଗି ଭିତରେ ପଶିଲା କାର୍ । ଏପରି ଏକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଷଣ୍ଢପୁର ଠାରେ ଥିବା ସିଂହବାହିନୀ ଢ଼ାବାରେ ଘଟିଛି । ଅସାବଧାନତା ପାଇଁ କାର ଚାଳକ ଏପରି କାର୍ଯ୍ୟ କରିଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ଗୋଟିଏ କାର ଆସୁଥିବା ସମୟରେ କୌଣସି କାରଣରୁ ସିଂହବାହିନୀ ଢ଼ାବାର ଗୋଟେ ପଟ କାନ୍ଥକୁ ଧକ୍କା ଦେଇ ହୋଟେଲ ଭିତରେ ପଶିଥିଲା । ହୋଟେଲରେ କୌଣସି ଗ୍ରାହକ ନ ଥିଲେ । ଏହି ସମୟରେ ଜଣେ ହୋଟେଲ କର୍ମଚାରୀ ଶୋଇଥିଲେ ଆଉ ଏହି ଘଟଣାରେ ସେ ଆହତ ହୋଇଛନ୍ତି । କାରର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗି ଯାଇଛି । କାର ଚାଳକଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ ।