୧୦ ନୁହେଁ, ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

 

ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ । ପୂର୍ବରୁ ଜୁନ ୧୦ ତାରିଖ ଶପଥ ଗ୍ରହଣ ପାଇଁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ତାରିଖ ବଦଳିଛି । ଜୁନ ୧୦ ନୁହେଁ ୧୨ ଜୁନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ପ୍ରସ୍ତୁତି ବୈଠକ ଜାରି ରହିଛି। ବୈଠକ ପରେ ତାରିଖ ଘୋଷଣା ହେଇପାରେ ବୋଲି କୁହାଯାଉଛି।

ସେପଟେ ଶପଥ ଗ୍ରହଣ ସମାରୋହକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶପଥ ସମାରୋହରେ ୪୦ରୁ ୫୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ୧୪୭ ସଦସ୍ୟ ଥିବା ଓଡିଶା ବିଧାନସଭାରୁ ୭୮ ଟି ଆସନ ଜିତିଛି । ସେହିପରି ଓଡିଶାର ୨୧ ଟି ଲୋକସଭା ଆସନ ମଧ୍ୟରୁ ୨୦ ଟି ବିଜେପି ଜିତିଛି ।