ମେଡିକାଲ ପରିସରରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମେଡିକାଲ ପରିସରରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ । ସୂଚନା ଅନୁଯାୟୀ,ଗୁରୁବାର ସକାଳ ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟିକେଟ କାଉଣ୍ଟର ନିକଟରେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଜଣାଇଥିଲେ । 

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଶୁଶୁଟିର ମୃତ୍ୟୁ କିଭଳି ହେଲା ଓ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣସି ସୂଚନା ମିଳିନାହିଁ। ଶିଶୁଟି କାହାର ଓ କିଏ ଶିଶୁଟିକୁ ମେଡିକାଲ ପରିସରରେ ଫିଙ୍ଗିଦେଲା ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ମୃତ ଶିଶୁଟି କାହାର ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।