ବୋଲେରୋ ସହ ବୁଲେଟ ଧକ୍କା: ୪ ମୃତ, ୨ ଗୁରୁତର

 

ଉତ୍ତର ପ୍ରଦେଶର ଆମେଥିରେ ରବିବାର ସକାଳୁ ଏକ ଦୁର୍ଘଟଣା ଘଟିଛି ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବାଣ୍ଟା-ଟାଣ୍ଡା ଜାତୀୟ ରାଜପଥର ମୁଶୀଗଂଜର ଜାମୋ-ଭାଦର ଛକରେ ଆଜି ପୂର୍ବାହ୍‌ଣରେ ନିୟନ୍ତ୍ରଣ ହରାଇ ଥିବାରୁ ବୋଲେରୋ ଓ ବାଇକ୍‌ (ବୁଲେଟ) ମଧ୍ୟରେ ଧକ୍କା ହୋଇଛି।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌କୁ ଧକ୍କା ଦେବା ପରେ ବୋଲେରୋ ଗଛରେ ପିଟି ହୋଇଯାଇଥିଲା । 

ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଦୁଇଟି ବାହନକୁ ଜବତ କରିଛି।