ବଦଳିବ ବ୍ରହ୍ମପୁର ସମୀକରଣ, ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ

 

୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୮ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୨ ଓ କଂଗ୍ରେସ ୧ଟି ଆସନରେ ଆଗୁଆ ରହିଛି । ତେବେ ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗୁଆ ଅଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ୧୦୧୨୧୬ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ୬୯୧୮୭ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ୩୫୭୬୯ଖଣ୍ଡ ଭୋଟ ମିଳିଛି ।