ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କାହିଁକି

 

ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ବିଭାଗୀୟ ସଚିବ ଓ ଜିଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟ କ୍ରମଚାଲିବ। ସେଥିପାଇଁ ୩୦ ତାରିଖ ପର୍ଯ୍ୟନ୍ତ କାହାରିକୁ ଛୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି। ଏପରିକି ସରକାରୀ ଛୁଟି ଦିନରେ ମଧ୍ୟ ଅନୁପସ୍ଥିତ ନ ରହିବାକୁ କୁହାଯାଇଛି। କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ।