ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡି; ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ଏବେ ବି ୨୨ ଜଣ ଚିକିତ୍ସିତ

 

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି । ବିଭିନ୍ନ ମେଡିକାଲରେ ୨୨ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ଏନେଇ ସୂଚନା ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ରାଓ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

ବାଣ ଫୁଟାଇବା ଘଟଣାରେ ସାମିଲ ଥିବା ଚନ୍ଦନ ଭୋଇ ମଧ୍ୟ ଗୁରୁତର ଅଛନ୍ତି । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା ରାଶି । ବିସ୍ଫୋରଣ ବେଳେ କିଛି ଲୋକ ପାଣିକୁ ଡେଇଁ ପଡ଼ିଥିଲେ । ତେଣୁ କାଳେ କେହି ବୁଡ଼ି ଯାଇଥିବେ ଏଇ ସନ୍ଦେହରେ ଗତକାଲି ସ୍କୁବା ଡାଇଭର ଏବଂ ଓଡ୍ରାଫ ଟିମ୍ ଦ୍ୱାରl ପୁଷ୍କରିଣୀରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ମିଳି ନଥିଲା । ଗତ ବୁଧବାର ରାତିରେ ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇଥିଲା ।