ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ

 

ଡିପଥେରିଆ ରୋଗରେ ବଢ଼ିଲା ମୃତ୍ୟୁ ସଂଖ୍ୟା । ବ୍ରହ୍ମପୁର MKCG ମେଡିକାଲରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଡିପଥେରିଆ ରୋଗରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା ।  ରାୟଗଡ଼ାରେ ଏହି ରୋଗ କାୟା ବିସ୍ତାର କରି ଏବେ କୋରାପୁଟ ଓ କଳାହାଣ୍ଡି ଆଡକୁ ଅଗ୍ରସର ହେଉଛି । କାରଣ ବ୍ରହ୍ମପୁର MKCG ମେଡିକାଲରେ ଡିପଥେରିଆ ରୋଗରେ ମୃତ୍ୟୁବରଣ କରିଥିବା ନାବାଳକ କୋରାପୁଟ ବୋଲି ସୂଚନା ମିଳିଛି ।  ନାବାଳକଙ୍କର ଡିପଥେରିଆ ରୋଗରେ ମୃତ୍ୟୁ ହୋଇଛି ବୋଲି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ କହିଛନ୍ତି । ବୁଧବାର ଡିପଥେରିଆ ରୋଗର ସଂକ୍ରମଣ ରୋକିବା ପାଇଁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବୁଷ୍ଟର ଡୋଜ୍ ଟିକାକରଣ କରାଯାଇଥିଲା । କିନ୍ତୁ ଏହି ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ଏହା ବାୟୁ ଦ୍ୱାରା ବ୍ୟାପୁଥିବାରୁ ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।