ଆଜିର ରାଶିଫଳ, 08 ଜୁନ 2024, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର


 ମେଷ : ଦିନ ମିଶ୍ରିତ ଫଳଦାୟୀ ରହିବ। ପରିଜନମାନଙ୍କ ସହିତ ବୈଠକରେ ମହତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି। କାର୍ଯ୍ୟଭାର ବଢ଼ିପାରେ।

ବୃଷ : ନୂଆ କାର୍ଯ୍ୟ କରିବାପାଇଁ ପ୍ରେରଣା ମିଳିବ ଏବଂ ଆପଣ ତାକୁ ପ୍ରାରମ୍ଭ କରି ପାରିବେ। ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ମିତ୍ରମାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ଯାତ୍ରା କରିବାର ସମ୍ଭାବନା ଅଛି।

ମିଥୁନ : ମନରେ ନକାରାତ୍ମକ ବିଚାରକୁ ଆସିବାକୁ ଦିଅନ୍ତୁ ନାହିଁ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବେ। ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଜୀବନସାଥୀର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବାଦ-ବିବାଦ ସମୟରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ଈଶ୍ଵରଙ୍କର ପ୍ରାର୍ଥନାକରି ଆଶ୍ୱସ୍ତି ମିଳିବ।

କର୍କଟ : ମନୋରଞ୍ଜନ ପ୍ରବୃତ୍ତିରେ ଆଜି ଆପଣ ଆନନ୍ଦିତ ରହିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଯାତ୍ରା କିମ୍ବା ପ୍ରବାସର ଆୟୋଜନ କରି ପାରିବେ। ମାମୁଁଘର ପକ୍ଷରୁ ଭଲ ସମାଚାର ମିଳିବ।

ସିଂହ : ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖନ୍ତୁ। ଯେଉଁଥିରେ ସଂଘର୍ଷ ଘୁଞ୍ଚାଇ ପାରିବେ। ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ। ମହିଳା ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ଦିନ ଭଲ ରହିବ।

କନ୍ୟା : କଳହ ଏବଂ ବିବାଦରୁ ଦୂରରେ ରୁହନ୍ତୁ। ଆକସ୍ମିକ ଖର୍ଚ୍ଚର ଆଶଂକା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ଧୌର୍ଯ୍ୟ ରଖିବା ଭଲ। ପ୍ରିୟଜନମାନଙ୍କ ସହିତ ହୋଇଥିବା ସାକ୍ଷାତରେ ମନ ଆନନ୍ଦିତ ହେବ। ପେଟରେ ଯନ୍ତ୍ରଣା ହୋଇପାରେ। ଶେୟାର-ସଟ୍ଟାରେ ବୁଝି ବିଚାରି ନିବେଶ କରିବେ।

ତୁଳା : ଆପଣଙ୍କ ପାଇଁ ସମୟ ଅନୁକୂଳ ନୁହେଁ। ସୁସ୍ଥ ରହିବେ ଏବଂ ମନ ଚିନ୍ତିତ ରହିବ। ଧନ ହାନି ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ନିକଟ ବନ୍ଧୁମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦର କାରଣରୁ ମନ ଦୁଖୀ ହୋଇପାରେ।

ବିଚ୍ଛା : ଆଜି ସମ୍ପୂର୍ଣ୍ଣ ଦିନ ଆପଣ ପ୍ରସନ୍ନ ରହିବେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହୋଇପାରେ। କୌଣସି କାମରେ ଆଜି ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି।

ଧନୁ : ଦ୍ୱନ୍ଦ୍ୱର କାରଣରୁ ନିର୍ଣ୍ଣୟ ନେବା କଠିନ ହେବ। ମନରେ ବ୍ୟଗ୍ରତା ରହିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ନ ହେଉ ଧ୍ୟାନ ରଖିବେ। କାର୍ଯ୍ୟରେ ଅପେକ୍ଷିତ ସଫଳତା ନ ମିଳିବା ଉପରେ ନିରାଶା ହୋଇପାରେ। କାର୍ଯ୍ୟଭାର ମଧ୍ୟ ବଢିପାରେ। ନିରର୍ଥକ ଖର୍ଚ୍ଚ ହୋଇପାରେ।

ମକର : ଆଜି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। କାର୍ଯ୍ୟାଳୟ ତଥା ବ୍ୟବସାୟ ସ୍ଥଳ ଉପରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ପ୍ରମୋସନର ଯୋଗ ଅଛି। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ। ମାନସିକ ଅଶାନ୍ତି ହୋଇପାରେ।

କୁମ୍ଭ : ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୋର୍ଟ-କଚେରୀ ମାମଲାରେ ଦୂରରେ ରୁହନ୍ତୁ। ଅନୁଚିତ ସ୍ଥାନ ଉପରେ ପୁଞ୍ଜି-ନିବେଶ ନ ହେଉ, ଏହାର ଧ୍ୟାନ ରଖିବେ। ମହିଳାମାନଙ୍କର ମାମଲାରେ ସମ୍ଭାଳି କରି ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ମିଳାମିଶା ଜରୁରୀ ଅଟେ।

ମୀନ : ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କ ସହିତ ସାକ୍ଷାତ ହେବ ଏବଂ ତାଙ୍କ ପଛରେ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ମନକୁ ଆନନ୍ଦିତ କରିବେ। ଭାଗ୍ୟବୃଦ୍ଧିର ପ୍ରବଳ ଯୋଗ ଅଛି।