‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’କୁ ନେଇ ସଞ୍ଜୟ ଲିଲା ଭନସାଲିଙ୍କ ପ୍ରତିକ୍ରିୟା

 

ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲିଙ୍କ ଆଗାମୀ ସିରିଜ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ଏହି ସିରିଜର ଘୋଷଣା ହେବା ପରଠାରୁ ହୀରାମଣ୍ଡି ୱେବ୍ ସିରିଜ୍ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ରିଲିଜ୍ ହୋଇଥିବା ସିରିଜର ଟ୍ରେଲରରେ ଦର୍ଶକ  ରହସ୍ୟ, ପ୍ରେମ ଏବଂ ନାଟକର ଝଲକ ଦେଖିବାକୁ ପାଇଥିଲେ।

ନିକଟରେ ଏକ ସାକ୍ଷାତକାରରେ ସଞ୍ଜୟ ଲିଲା ଭନସାଲି ‘ହୀରମଣ୍ଡି: ଦ ଡାଇମଣ୍ଡ ବଜାର’ ସହ ଜଡିତ କିଛି ରୋଚକ କଥା ବିଷୟରେ ସମସ୍ତଙ୍କ ସହ ଆଲୋଚନା କରି କହିଥିଲେ, ‘ମୁଁ ସବୁବେଳେ ମୋ କାମରେ ହଜିଯିବାକୁ ଚାହୁଁଥିଲି। ହୀରମଣ୍ଡି ଏପର୍ଯ୍ୟନ୍ତ ମୋର ସବୁଠୁ ବଡ ସେଟ୍ । ମନେହେଉଛି ମୁଁ ସମ୍ଭବଠାରୁ ଅଧିକ ଆଗକୁ ଯାଇଛି । ଏହି ସିରିଜକୁ ଅଧିକ ଉପଭୋଗ କରୁଛି ଏବଂ ବୁଝୁଛି। ମୋତେ ବଡ ସେଟ୍ ନିର୍ମାଣ କରିବାକୁ ଭଲ ଲାଗେ।

ତେଣୁ ଅନେକ ଦିନର ଚେଷ୍ଟା ପରେ  ମୁଁ ଏକ ବଡ ସେଟ୍ ପ୍ରସ୍ତୁତ କରିଛି, ସବୁବେଳେ ମୋର ଉଦ୍ଦେଶ୍ୟ ଥାଏ  ଦର୍ଶକମାନେ କ’ଣ ଚାହାଁନ୍ତି । ସେମାନେ ଯାହା ଚାହାନ୍ତି ସେଇ ଅନୁଯାୟୀ କାମ କରେ।’ ସଞ୍ଚୟ ଲିଲା ଭନସାଲୀଙ୍କ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଏକ ଆଠ ଭାଗ ବିଶିଷ୍ଟ ସିରିଜ୍। ମେ ୧ ରୁ ଏହା ୧୯୦ ଟି ଦେଶରେ ନେଟଫ୍ଲିକ୍ସରେ ଉପଲବ୍ଧ ହେବ । ଯାହାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।