ବିମାନ ନିୟମ ଉଲଂଘନ କରି ଗଣିଲେ ଜରିମାନା

 

ବିମାନରେ ଯିବା ପୂର୍ବରୁ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ଜିନିଷପତ୍ର ଯାଞ୍ଚ କରାଯାଇଛି । ଏହି ସମୟରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଲଞ୍ଚବକ୍ସ ବାହାରିବାରୁ ଯାତ୍ରୀଙ୍କୁ ଦେବାକୁ ପଡ଼ିଲା ଜରିମାନା । ଏପରି ଏକ ଅଭାବନୀୟ ଘଟଣା ଜଣେ ଇଣ୍ଡୋନେସିଆର ଯାତ୍ରୀଙ୍କ ସ‌ହ ଘଟିଛି ।

ସୂଚନା ଅନୁସାରେ, ବିମାନରେ ଜଣେ ଯାତ୍ରୀ ହଂକଂରୁ ତାଇୱାନ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା । ଯାତ୍ରୀଙ୍କ ବ୍ୟାଗରୁ ଏକ ଲଞ୍ଚବକ୍ସ ବାହାରିଥିଲା । ବିମାନରେ ଖାଦ୍ୟ ଉପରେ କଟକଣା ଲାଗୁ ହୋଇଛି । କିନ୍ତୁ ଯାତ୍ରୀ ଜଣକ ଲଞ୍ଚବକ୍ସରେ କଟକଣା ଲାଗିଥିବା ଖାଦ୍ୟକୁ ନେଇଥିଲେ । ଯେଉଁ କାରଣରୁ ତାଙ୍କୁ ଜରିମାନା ଦେବାକୁ ପଡିଥିଲା । ଯାତ୍ରୀ ଜଣକ ଲଞ୍ଚବକ୍ସରେ ଘୁଷୁରି ମାଂସ ନେଇ ଯାଉଥିଲେ । ବିମାନ ନିୟମ ଉଲଂଘନ କରିଥିବାରୁ ଯୁବକଙ୍କୁ ଜରିମାନା ଦେବାକୁ ପଡିଛି ।