ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ

 


ଚାଲିଛି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଶନିବାର ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ। ଦିନ ୩ ଟା ସୁଦ୍ଧା ୪୮.୪୪ % ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ଅନୁଗୁଳ ୫୩.୧୩% ଭୋଟିଂ ହୋଇଛି। ସେହିପରି କଟକ ୪୨.୧୧% , ଦେଓଗଡ ୫୬.୦୦%, ଢେଙ୍କାନାଳ ୪୭.୮୯%, କେନ୍ଦୁଝର ୫୩.୬୧% ଭୋଟିଂ ହୋଇଛି।