ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ମହିଳା ଟିମ୍ ଘୋଷିତ: ସ୍ଥାନ ପାଇଲେ ପୂଜା-ପୁନିଆ-ଜେମିମା

 

ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ଗୁରୁବାର ଭାରତୀୟ ମହିଳା ଟିମ୍ ଘୋଷଣା କରାଯାଇଛି। ଏହି ଶୃଙ୍ଖଳା ପାଇଁ ଶୀର୍ଷକ୍ରମର ବ୍ୟାଟର ପ୍ରିୟା ପୁନିଆଙ୍କୁ ସ୍ଥାନ ମିଳିଛି। ସେହିପରି ଜେମିମା ରଦ୍ରିଗ୍ୱେଜ ଓ ପୂଜା ବସ୍ତ୍ରାକରଙ୍କୁ ମଧ୍ୟ ଚୟନ କରାଯାଇଛି। 

ଭାରତ ନିଜ ମାଟିରେ ଏହି ଶୃଙ୍ଖଳାର ଆୟୋଜନ କରିଛି । ଆସନ୍ତା ୧୬ ତାରିଖ ଠାରୁ ଜୁଲାଇ ୯ ଯାଏଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ, ଗୋଟିଏ ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ୩ଟି ଦିନିକିଆ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ । ସେହିପରି ଏକମାତ୍ର ଟେଷ୍ଟ ଓ ୩ଟି ଟି-୨୦ ମୁକାବିଲା ଚେନ୍ନାଇରେ ଖେଳାଯିବ । 

ଦିନିକିଆ ଟିମ୍‌: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରଦ୍ରିଗ୍ୱେଜ, ରିଚା ଘୋଷ, ଉମା ଛେତ୍ରୀ, ଦୟାଳନ ହେମଳତା, ରାଧା ଯାଦବ, ଆଶା ଶୋଭନା, ଶ୍ରେୟଙ୍କା ପାଟିଲ, ସାଇକା ଇଶାକ, ପୂଜା ବସ୍ତ୍ରାକର, ରେଣୁକା ସିଂହ, ଅରୁନ୍ଧତୀ ରେଡ୍ଡୀ ଓ ପ୍ରିୟା ପୁନିଆ ।

ଟେଷ୍ଟ ଟିମ୍‌: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଶୁଭା ସତୀଶ, ଜେମିମା ରଦ୍ରିଗ୍ୱେଜ, ରିଚା ଘୋଷ, ଉମା ଛେତ୍ରୀ, ଦୀପ୍ତି ଶର୍ମା, ସ୍ନେହା ରାଣା, ସାଇକା ଇଶାକ, ରାଜେଶ୍ୱରୀ ଗାଏକ୍ୱାର୍ଡ, ପୂଜା ବସ୍ତ୍ରାକର, ରେଣୁକା ସିଂହ, ଅରୁନ୍ଧତୀ ରେଡ୍ଡୀ, ମେଘନା ସିଂହ, ରେଣୁକା ସିଂହ ଓ ପ୍ରିୟା ପୁନିଆ ।

ଟି-୨୦ ଟିମ୍‌: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଦୟାଳନ ହେମଲତା, ଉମା ଛେତ୍ରୀ, ଋଚା ଘୋଷ, ଜେମିମା ରଦ୍ରିଗ୍ୱେଜ, ସଂଜନା ସଂଜୀବନ, ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ, ରାଧା ଯାଦବ, ଅମନଜ୍ୟୋତ କୌର, ଆଶା ଶେଭନା, ପୂଜା ବସ୍ତ୍ରାକର, ରେଣୁକା ସିଂହ ଓ ଅରୁନ୍ଧତୀ ରେଡ୍ଡୀ ।