ବଢୁଛି ଗ୍ରୀଷ୍ମ ପ୍ରବାହ : ବଢୁଛି ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା

 

ଦେଶରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗିରହିଛି । ଆଉ ଜୀବଜନ୍ତୁ ହନ୍ତସନ୍ତ ହେଉଛନ୍ତି । ଅସହ୍ୟ ତାତିରୁ ନିସ୍ତାର ପାଇବା ପାଇଁ ଲୋକମାନେ ଡହଳବିକଳ ହେଉଛନ୍ତି । ଗୋଟେ ପଟେ ଅସହ୍ୟ ତାତି ଓ ଅନ୍ୟ ପଟେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟ ହେଉ କି ଦେଶ ସବୁଠି ଅଂଶୁଘାତ ଜନିତ ମୃତ୍ୟୁ ।

ସୂଚନା ଅନୁସାରେ, ଦେଶରେ  ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୨୫୦ ଟପିଲାଣି । ସବୁ ରାଜ୍ୟ ମଧ୍ୟରୁ ବିହାର ଓ ଉତ୍ତରପ୍ରଦେଶରେ ଅଂଶୁଘାତ ମୃତ୍ୟୁ ବଢ଼ିବାରେ ଲାଗିଛି । ଏହି ୨ଟି ରାଜ୍ୟରେ ଅଂଶୁଘାତରେ ୨୩୭ ଜଣଙ୍କ ଜୀବନ ଚାଲିଗଲାଣି । ଉତ୍ତରପ୍ରଦେଶରେ ୧୬୪ ଜଣ ଓ ବିହାରରେ ୭୩ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ ତାପମାତ୍ରା ୪୮ ଡିଗ୍ରୀ ଟପି ସାରିଲାଣି । ଗ୍ରୀଷ୍ମପ୍ରବାହ ସହିତ ଗୁଳୁଗୁଳି ପାଇଁ ଲୋକଙ୍କ ଜୀବନ ଯାଉଛି ।