ହୃଦଘାତରେ ପ୍ରାଣ ହରାଇଲେ ମଲୟାଲମ ଅଭିନେତା

 

ହୃଦଘାତ ନେଲା ମଲୟାଲମ ଅଭିନେତାଙ୍କ ଜୀବନ। ମାର୍ଚ୍ଚ ୨୯ ତାରିଖ ଶୁକ୍ରବାର ଦିନ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ହଠାତ୍ ହୃଦଘାତ ହେବା ପରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାଲାଜୀଙ୍କ ଅନ୍ତିମ ସଂସ୍କାର ଆଜି ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ବର୍ଷ ବୟସ ହୋଇଥିଲା। ବାଲାଜୀଙ୍କ ଦେହାନ୍ତ ଖବର ଦେଇ ଫିଲ୍ମ ଆନାଲିଷ୍ଟ ଶ୍ରୀଧର ପିଲ୍ଲାଇ ତାଙ୍କ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖାଯାଇଛି “ଜଣେ ଭଲ ଅଭିନେତା ଭାବେ ଜଣାଶୁଣା ଡାନିଏଲ ବାଲାଜୀ (୪୮)ଙ୍କର ହୃଦ୍‌ଘାତ ହେବାରୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ କାମକୁ କିଏ ଅବା ଭୁଲି ପାରିବ। ” ଶ୍ରୀଧରଙ୍କ ଏହି ପୋଷ୍ଟ ପରେ ଡାନିଏଲଙ୍କ ପ୍ରଶଂସକ ଓ ମଲୟାଲମ ଇଣ୍ଡଷ୍ଟ୍ରିର କଳାକାରମାନେ ଶୋକପ୍ରକାଶ କରିଥିବା ଜଣାପଡ଼ିଛି।